
Read this heart Touching Odia Story “Maa Basichi Pua Apekhyare (ମା ବସିଛି ପୁଅ ଅପେକ୍ଷାରେ) Part 2” written and submitted by Mr Biswajit Sahoo. Read this beautiful Odia Story ମା ବସିଛି ପୁଅ ଅପେକ୍ଷାରେ and enjoy Odia Story.
« ମା ବସିଛି ପୁଅ ଅପେକ୍ଷାରେ (ଭାଗ-୨ )»
ଏତିକି ଭାବୁ ଭାବୁ ହଠାତ ଗାଁର ରାଜୁ ଦାଦାଙ୍କ ଘରୁ ଫୋନ ଆସିଲା ଆଉ ମୁଁ ହାଲୋ କହିଛି ଆଉ ସେପଟୁ ରାଜୁ ଦାଦା କହିଲେ ଆରେ ବାବୁ ତୋ ମା’ଙ୍କୁ କ୍ୟାନ୍ସର ହେଇଛି ଳ ଡାକ୍ତରବାବୁ କହିଛନ୍ତି ସେ ଆଉ ବେଶି ଦିନ ବଞ୍ଚିବନି, ତୁ ଯେତେ ଶୀଘ୍ର ପାରୁଛୁ ଘରକୁ ଆସିଯା ଳ ରାଜୁ ଦାଦାଙ୍କ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା l ମୁଁ ଆଉ ଅପେକ୍ଷା ନକରି ବାହାରିଲି ପୋଲିସ ଷ୍ଟେସନକୁ, ସେଠି ସବୁ କଥା କହିଲି, ଆଉ ସବୁ କଥା ଶୁଣି ସାରିଲା ପରେ ଥାନା ବାବୁ କହିଲେ କି ତୁମେ ନିଜେ କିଛି ସୁବିଧା କରି ଯାଇପାରିବ ଯଦି ଯାଅ l ମୁଁ ପାଖ ପଡୋଶୀଙ୍କୁ କିଛି ଟଙ୍କା ଦେଇ ସାଇକେଲ ଟିଏ କିଣିଲି ଆଉ ସାଙ୍ଗରେ କିଛି ଶୁଖିଲା ଖାଦ୍ୟ ଧରି ବାହାରିଲି ଗାଁ ଅଭିମୁଖେ l ଦୀର୍ଘ ଦୁଇଦିନ ପରେ ମୁଁ ଗାଁ ରେ ପହଞ୍ଚିଲି, ଆଉ ସେଠି ଯାହା ଦେଖିଲି ମୁଁ ଆଉ ମୋ ଆଖିର ଲୁହକୁ ଆୟତ୍ତରେ ରଖିପାରିଲିନି l ମା ମୋର ଆଉ ଶେଯରୁ ଉଠିପାରୁନଥାଏ ଆଉ ତା ପାଟି ବି ଫିଟାଉନଥାଏ, ମୁଁ ତା ପାଖରେ ବସି ମା ମା ବୋଲି ଡାକିଲି, ବୋଧେ ସେ ମୋ ପାଟି ଶୁଣି ଚିନ୍ହିପାରିଲା l ହଁ କେମିତି ବା ଭୁଲିପାରିବ l ସେ ମା ପରା, ଦଶ ମାସ ଦଶ ଦିନ ଗର୍ଭରେ ରଖିଥିଲା ମୋତେ l ଛୋଟରୁ ଆଜି ମୋତେ ଏତେ ବଡ କରିଛି l ବାତ୍ସଲ୍ୟ ମମତାର ଭଣ୍ଡାର ପରା ମା l ମୋ ଡାକ ଶୁଣି ଆଖି ଖୋଲିବାକୁ ବହୁତ ଚେଷ୍ଟା କରୁଥାଏ ସେ, ହେଲେ ତା ଆଖି ଫିଟୁ ନଥାଏ l ଆଖି କୋଣରୁ ଦୁଇ ଧାର ଲୁହ ଗଡି ଆସିଲା ତାର l ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି l ମା ବୋଲି ଡାକି ତା ଛାତି ଉପରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦି ଉଠିଲି l ତା ହାତକୁ ଧରି ତାକୁ ଉଠେଇ ମୋ କୋଳରେ ଶୁଏଇ ଦେଲି l ମା ଆଖିରୁ ଲୁହ ଶୁଖୁନଥାଏ l ସତରେ ମୋ ମା ମୋତେ ପିଲାଦିନେ ଏମିତି ତା କୋଳରେ ଶୁଏଇ ଦିଏ, ଆଉ କେତେ ଗପ ଶୁଣାଏ l ଆଉ ମୁଁ ଯଦି ଜିଦି କରେ ନଶୋଇବାକୁ ତାହେଲେ ବ୍ରହ୍ମରାକ୍ଷସ ନାଁ କହି ଡରେଇଦିଏ l ଆଉ ମୁଁ ଚୁପଚାପ ମା କୋଳରେ ଶୋଇଯାଏ l ସତରେ ସେ ପିଲା ଦିନର ବ୍ରହ୍ମରାକ୍ଷସ ବୋଧେ କ୍ୟାନ୍ସର ରୋଗର ରୂପ ନେଇ ଆଜି ମୋ ମା’କୁ ନେବା ପାଇଁ ଆସିଯାଇଛି l ହେଲେ ମୁଁ ତାକୁ ମୋ ମାକୁ ନେବା ପାଇଁ ଦେବିନି,, ମୁଁ ମୋ ମାକୁ ସହରକୁ ନେଇଯିବି ଆଉ ବଡ ଡାକ୍ତରଖାନାରେ ଭଲ ଡାକ୍ତରବାବୁଙ୍କୁ ଦେଖେଇବି ଆଉ ମୋ ମା ଭଲ ହେଇଯିବ l ଫୁଣି ଥରେ ମୋତେ ତା କୋଳରେ କାହାଣୀ ଶୁଣେଇ ଶୁଏଇ ଦେବ l ହେଲେ ଏବେ ଏଇ ଲାକଡ଼ାଉନରେ ମୁଁ ମୋ ମା’କୁ କେମିତି ସହରକୁ ନେବି ମୋ ମୁଣ୍ଡରେ କିଛି ବୁଦ୍ଧି ପଶୁନଥାଏ l ଏମିତି ଭାବୁ ଭାବୁ ମୋ ହାତକୁ କିଏ ଧରିଲା ଭଳି ଲାଗିଲା,, ଆଉ ମୁଁ ଦେଖିଲି ମା ମୋ ହାତକୁ ଧରିଛି ଆଉ ପାଟି ଫିଟେଇବାକୁ ଚେଷ୍ଟା କରୁଛି l ମୁଁ ତାକୁ ଧରି ପକେଇ କହିଲି ମା ତୁ ବ୍ୟସ୍ତ ଜମା ହେନି, ମୁଁ ତୋତେ ସହରକୁ ନେଇଯିବି ତୁ ଭଲ ହେଇଯିବୁ, ମା ପୁରା କ୍ଷୀଣ ସ୍ୱରରେ କହିଲା ବାପାରେ! ତୁ କୁଆଡେ ଯିବା ଦରକାର ନାହିଁ, ମୁଁ ଆଉ ବଞ୍ଚିବିନି ତୁ ମୋ ପାଖରେ ରହ, ତୋ କୋଳରେ ମୁଣ୍ଡ ରଖି ମୁଁ ଉପରକୁ ଚାଲିଯିବି l ହେଲେ ତୁ ମୋର ଗୋଟେ କଥା ରଖିବୁ, ମୁଁ ଯେତିକି ଦିନ ବଞ୍ଚିଛି ତା ଭିତରେ ତୁ ବାହା ହେଇକି ବୋହୂଟିଏ ଆଣେ, ତାହେଲେ ଯାଇ ମୁଁ ଟିକେ ଶାନ୍ତିରେ ମରିପାରିବି l ଏକଥା ଶୁଣି ମୁଁ ସ୍ତବ୍ଧ ହେଇଗଲି, ଏ ଲାକଡାଉନରେ ମୁଁ କୋଉଠୁ ମୋ ମା ପାଇଁ ବୋହୂ ଖୋଜିବି l କିଏ ମୋତେ ଏବେ ବାହାହେବ? ଏମିତି ଭାବି ଭାବି ମୁଁ ମା ପାଖରୁ ଆସି ଔଷଧ ନେବା ପାଇଁ ବଜାରକୁ ଆସିଲି l ଔଷଧ କିଣି ଫେରିଲା ବେଳକୁ ରାସ୍ତାରେ ଦେଖିଲି କି ଜଣେ ମହିଳା ଗାଡି ଦୁର୍ଘଟଣାରେ ପଡିଛନ୍ତି ଆଉ ସାହାଯ୍ୟ କର ସାହାଯ୍ୟ କର ବୋଲି ଚିଲାଉଥାନ୍ତି l ମୁଁ ତାଙ୍କ ପାଖକୁ ଯାଇ ତାଙ୍କୁ ଉଠେଇଲି ଆଉ ଆମ୍ବୁଲାନ୍ସକୁ ଫୋନ କଲି, କିନ୍ତୁ ସେପଟୁ ଉତ୍ତର ଆସିଲା କି ଆମେ ଆଉ ଜଣେ ରୋଗୀକୁ ନେବାକୁ ଆସିଛୁ, ପହଞ୍ଚିବାରେ ବିଳମ୍ବ ହେବ l ମୁଁ ତାଙ୍କୁ ଉଠେଇ ସାଇକେଲରେ ବସେଇ ଗଡେଇ ଗଡେଇ ଡାକ୍ତରଖାନା ନେଲି l ଡାକ୍ତର ଦେଖି କହିଲେ କି ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଛି l ସେ ଆଉ ବଞ୍ଚିବେନି l ଆପଣ ତାଙ୍କ ଘର ଲୋକଙ୍କୁ ଡାକନ୍ତୁ l ମୁଁ ତାଙ୍କୁ ତାଙ୍କ ପରିବାର ବିଷୟରେ ପଚାରିବାରୁ ସେ କହିଲେ କି “ମୋର କେହି ନାହାନ୍ତି, ଘରେ କେବଳ ମୋର ବଢିଲା ଝିଅଟିଏ ଅଛି “l ତାଙ୍କ ପାଖରୁ ତାଙ୍କ ଘର ଠିକଣା ଆଣି ତାଙ୍କ ଝିଅ ପାଖକୁ ଖବର ପଠେଇଲି ଆଉ ସେଠି ଅପେକ୍ଷା କରିଲି ତାଙ୍କ ଝିଅ ଆସିବା ପର୍ଯ୍ୟନ୍ତ l ହଠାତ ମହିଳା ଜଣକ ମୋତେ ଡାକିଲେ ଆଉ ତାଙ୍କ ମୁଣ୍ଡ ଉପରେ ମୋ ହାତ ରଖି କହିଲେ କି ବାବୁ! ଗୋଟେ କଥା କହିବି ରଖିବ, ମୁଁ ହଠାତ ବିଚଳିତ ହେଇଗଲି, ଆଉ ତାଙ୍କ ଅବସ୍ଥା ଦେଖି ବାଧ୍ୟରେ ‘ହଁ’ ବୋଲି କହିଲି l ଆଉ ସେ କହିଲେ…..
କ୍ରମଶଃ (ଭାଗ -୩) – Part 3 Comming Soon….
ଲେଖକ
ବିଶ୍ୱଜିତ ସାହୁ
love stories in odia language, odia story reading com, Reading Odia Comedy story com