He Nyayamurti (ହେ ନ୍ୟାୟମୂର୍ତ୍ତି)  is a Odia Poem which is written by Mr. Balkumar Sahoo for our website New Odisha. So we thank you Mr. Balkumar for your valuable Odia Poem. Enjoy this Odia Poem by Mr. Balkumar Sahoo.

[box type=”custom” bg=”#f8dbda” color=”#df4c56″ border=”#a42781″ radius=”7″ fontsize=”20″]

ହେ, ନ୍ୟାୟ ମୂର୍ତ୍ତି!
ଶତ ପ୍ରଶ୍ନ ଆଜି ତୁମ ପାଇଁ,
ସବୁ ପ୍ରଶ୍ନର ଜବାବ୍ ରଖ୍ ଆଜି
ନଚେତ୍, ରକ୍ଷା ନାହିଁ ରକ୍ଷା ନାହିଁ!!!

କ’ଣ ପାଇଁ ଏ ନ୍ୟାୟ ଦରବାରେ?
ଦଣ୍ଡାୟିତ ତୁମେ କାହା ପାଇଁ??
ତୁମ ହସ୍ତେ ଏ ନ୍ୟାୟର ନିକିତି କାହା ପାଇଁ???
ଆଉ ତୀକ୍ଷଣ ଖଡ୍ଗ,ନିକିତି,ଏ ଅନ୍ଧର ପୁଟୁଳୀ କାହା ପାଇଁ???

ସତରେ ତୁମେ କ’ଣ ଜଣେ ନାରୀ?
ମୋର କାହିଁ ଏ ବିଶ୍ବାସ ଜମା ଆଉ ନାହିଁ!
କେଉଁ ଗୁଣେ କୁହ ତୁମେ ଜଣେ ନାରୀ?
ନାରୀର ତ’ କେଉଁ ଲକ୍ଷଣ ତୁମ ପାଖେ ନାହିଁ!!!

ହଁ, ନାରୀକୁ ମୁଁ ଭଲ ଭାବେ ଜାଣେ !
ସେ ହୁଏ ଭଗିନୀ, ଭାର୍ଯ୍ୟା, ଆଉ ମାଆ
ତୁମ ପରି କୋଠର ହୃଦୟ ତ’ ତାଙ୍କର ନାହିଁ!!
ଆନ ଦୁଃଖେ ଦୁଃଖି! ନୟନରୁ ଝରିପଡେ ତାଙ୍କ ଅବାରିତ ଅଶ୍ରୁ!!!

ଧନ୍ୟ! ଧନ୍ୟ!! ସେହି ନାରୀ!!!
ଯେଉଁ ନାରୀ ଜାଣିପାରେ ଅନ୍ୟ ମନର ଦୁଃଖ,
ଆଉ ଗହନ ହୃଦୟରେ ଛପିଥିବା ଯନ୍ତ୍ରଣା ଗାଥା……
କୋଉ ମା’ ନପାରିଛି ଚିହ୍ନି? ପୁଅ ପେଟର ଭୋକ ଆଉ ବାର୍ତ୍ତା!!

ଭଗ୍ନୀ ଏଠି ବ୍ରତ ମନାସେ!!
ଭାଇର ଦୀର୍ଘାୟୁ କାମନା କରି,
ଆଉ ସତୀ ସାବିତ୍ରୀ କଥା ତ’ ତୁ ଭଲ ଭାବେ ଜାଣୁ!!
କହ,ସ୍ନେହମୟୀ ମା’ ଚିପିଛି କି ତଣ୍ଟି? ଏନ୍ତୁଡି ଶାଳେ ସନ୍ତାନକୁ ତାର???

ହଁ, ତୁ କହୁ ପରା, ତୁ ଜଣେ ନାରୀ।
ନାରୀ ହୋଇ ନପାରିଲୁ ଚିହ୍ନି? ନାରୀ ଅନ୍ତରର ଦୁଃଖ!!
ନ୍ୟାୟ ପାଇଁ ଆସି ଥିଲେ ଦ୍ବାରେ ତୁମ, ସେହି ଭଗ୍ନୀ ମୋହର!
କୁନ୍ଦୁଲି,ପିପିଲି,ଆଉ ଦିଲ୍ଲୀ ପୀଡିତାଙ୍କୁ କେଉଁ ନ୍ୟାୟ ଦେଲୁ କହ???

ଧର, ତୁ ହୁଏ ଜଣେ ନାରୀ!!
ନାରୀ ଅବତାରୀ ରକ୍ଷାସୀ ଟିଏ!!
ତୋ ଜନ୍ମ ହୁଏ ବୋଧେ ଏକ ରାକ୍ଷାସ କୁଳରେ!!!
ତେଣୁ, ତୋ କାର୍ଯ୍ୟ ହେବକି କହ? ଏକ ମହତ୍ ଉଦ୍ଦେଶ୍ୟରେ!

କାନ ଖୋଲି ଶୁଣ୍ ଆଜି!
ସମସ୍ତିଙ୍କୁ କୁହେ ତୋ ଗୁପ୍ତ ରହସ୍ୟ!!
କେଉଁ କାର୍ଯ୍ୟେ ଲଗାଉଛୁ ଏ ନ୍ୟାୟର ତରାଜୁ ଆଉ ତୀକ୍ଷ୍ଣ ଖଡ୍ଗ!!!
ମୁଖେ ଭିଡି ଅନ୍ଧର ପୁଟୁଳୀ ଆଜି କି ଲଗାଇଛୁ ନାଟ????

ଶୁଣ୍ ରେ ରାକ୍ଷାସୀ ନାରୀ!!!
ଜାଣିନୁକି? ସତ କେବେ ଲୁଚି ରହେ ନାହିଁ।
ନ୍ୟାୟ ନ ଦେଇ ମୃତ୍ୟୁଦଣ୍ଡ ଦେଲୁ କ’ଣ ପାଇଁ???
କି ଦୋଷ ତାଙ୍କର, ଗୋଡାଇ ଖାଇଲେ ତୋ ରାକ୍ଷାସ କୁଳର ଭାଇ!!!

ଏବେ କହ ତୁ ରାକ୍ଷାସୀ ନୁହେଁ ଦେବୀଟିଏ ବୋଲି,
ଦେବୀ ଯଦି,ଦେବୀ ପୀଠେ ରକ୍ତ ରଂଜିତ୍ ଆଜି କ’ଣ ପାଇଁ??
ନିରୀହ ଜୀବଙ୍କୁ ଏଠି ହତ୍ୟାକରେ ପାଗଳ ମଣିଷ କ’ଣ ପାଇଁ?
ଜବାବ୍ ଦେ! ତୁ ଏବେ ରାକ୍ଷାସୀ ନୁହେଁ ଦେବୀ ଟିଏ ବୋଲି!!

ସତରେ, ତୁ ଜଣେ ରାକ୍ଷାସୀ ଟିଏ!!
ତୀକ୍ଷ୍ଣ ଖଡ୍ଗେ କାଟିଛୁ ନା? ଶବକୁ ତାଙ୍କର!!!
ନିକିତିରେ ତୋଉଲିଛୁ ରକ୍ତ ମିଶା ମାଂସକୁ ତାଙ୍କର!!
ଆଉ ରାକ୍ଷାସୀ ରୂପକୁ ଚିହ୍ନି ଦେବେ ବୋଲି, ନୟନରେ ଭିଡିଛୁ ନା? କଳାର ଚାଦର!!!

ମୁଁ କହେ ଆଜି ଖାଲି ତୁ ଶୁଣ୍!!
କେତେ ଘୃଣ୍ୟକାର୍ଯ୍ୟ କର ତୋ ରାକ୍ଷାସ କୁଳର,
ଯେଉଁ ହାଡ ଖଣ୍ଡ ଖଣ୍ଡ ନପାରିଲୁ କାଟି ଅବା ବାଣ୍ଟି,
ଫିଙ୍ଗି ଦେଲୁ ନା? ପାଖେ ଥିବା କଳା,ଧଳା,ମାଟିଆ କୁକୁର ଦେଲେ ଚାଟି!!!

ଏତେ ଅନ୍ୟାୟ ଦେଖି ମୁଁ ଆଜି ନ ରହିବି ଚୁପ୍!
ଭଲ ଗତି ଚାହୁଁ ଯଦି ଏ ପଦରୁ ଯଥା ଶିଘ୍ର ହଟ୍!!!
ନଚେତ୍, ଏ ନ୍ୟାୟ ଦରବାରୁ ଭରଷା ତୁଟିଥିବା ମା’ଓଭଗ୍ନୀଙ୍କୁ,
ଏକଜୁଟ୍ କରାଇବି ମୁଁ, ତାଙ୍କେ ଦେଇ ଚାବୁକ୍ ଗାଦିଚ୍ୟୁତ୍ କରାଇବି ମୁଁ!!!

ମୂର୍ତ୍ତି ନୁହେଁ, ଏ ଦରବାରେ ରହିବ ଜଣେ ମା’!!
ଲୋଭ ମୋହ ମାୟାର ଉର୍ଦ୍ଧ୍ବରେ ଥିବା ସେହି ମା’!!
ପାପିଷ୍ଟ ପୁଅକୁ ଅବଶ୍ୟ ଦଣ୍ଡ ଦେବେ କାନମୁଡା ହେଉ କି ଚାପୁଡା
ଅତି ପାପିଷ୍ଟ ପୁତ୍ରକୁ, ଦୁର୍ଗା ପରି ସଂହାରିବ ସେହି ମା’!!!

ଏଠି ନ୍ୟାୟ ନୁହେଁ, ଏହା ଏକ ବଡ ପ୍ରହସନ!
ଏଠି ଦଣ୍ଡ ନୁହେଁ, ଦୋଷି ପାଏ ବହୁ ଧନଧାନ୍ୟ!!
ଏଠି ମୂର୍ତ୍ତି ଥିଲେ, ହେବ ଖାଲି ଅନିତି ଅନ୍ୟାୟ!!!
ଏଠି ମା’ ବିରାଜିଲେ, ଧରା ହେବ ମଧୁମୟ……!!!!

ବାଲକୁମାର ସାହୁ
କଳାହାଣ୍ଡି ଓଡିଶା

[/box]

[box type=”info” bg=”#” color=”#” border=”#” radius=”3″]This Odia Poem “He Nyayamurti (ହେ ନ୍ୟାୟମୂର୍ତ୍ତି)” is Submitted by Mr Balkumar Sahoo[/box]

Previous articleSesha Premika (ଶେଷ ପ୍ରେମିକା) – Odia Poem by Balkumar Sahoo
Next articleTo Payal Ra Chham Chham New Odia Full Video Song by Sambhav & Rikita

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.